ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ

0 737

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ଦେହାନ୍ତ ହୋଇଯାଇଛି। କରୋନା ଦ୍ୱାରା ଆକ୍ରାନ୍ତ ହୋଇ ସେ ଗତ ନଭେମ୍ବର ୧ ତାରିଖରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସ୍ୱର୍ଗତା ସୁଶୀଳା ଦେବୀଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି l

ସୁଶୀଳା ଦେବୀଙ୍କର ଜନ୍ମ ୧୯୪୬ ମସିହା ଡିସେମ୍ବର ୬ ତାରିଖରେ ହରିଆଣାର ହିସାରଠାରେ ହୋଇଥିଲା। ସେ ୧୯୬୪ ମସିହା ଜୁଲାଇ ୧ ତାରିଖରେ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କୁ ବିବାହ କରିଥିଲେ। ତାଙ୍କର ଚାରି ଝିଅ ଓ ତିନିଜଣ ପୁଅ ଅଛନ୍ତି। ଆଜି ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି l

Leave A Reply

Your email address will not be published.

18 − eight =