‘ମୋ ସାଇକେଲ’ ମହା ଦୁର୍ନୀତି ବିରୋଧରେ ଗର୍ଜିଲା ବିଜେପି

0 397

ଭୁବନେଶ୍ୱର: ମୋ ସାଇକେଲ ମହା ଦୁର୍ନୀତି ବିରୋଧରେ ଗର୍ଜିଲା ବିଜେପି। ରାଜ୍ୟର “ମୋ ସରକାର”(5T ସରକାର)ଙ୍କ ଏକ ନମ୍ବର ସ୍ମାର୍ଟସିଟି ଭୁବନେଶ୍ୱର ସହରରେ “ମୋ ସାଇକେଲ” ମହାଦୁର୍ନୀତି ବିରୋଧରେ ବିଜେପି ଭୁବନେଶ୍ୱର ଜିଲ୍ଲା ତରଫରୁ ବିକ୍ଷୋଭ କରାଯାଇଛି l
୨୦୧୮ରେ “ମୋ ମୁଖ୍ୟମନ୍ତ୍ରୀ”ଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା “ମୋ ସାଇକେଲ” ଯୋଜନାରେ କୋଟି କୋଟି ଟଙ୍କାର ମହାଦୁର୍ନୀତି ରାଜଧାନୀବାସୀଙ୍କୁ ପ୍ରତାରିତ କରିଛି l

ପ୍ରତି ସାଇକେଲ ପିଛା ବିଏମ୍ ସି ୨୫୦୦୦ ଟଙ୍କା ହିସାବରେ ସମୁଦାୟ ୨୦୦୦ଟି କିଣି ଗୋଟିଏ ସଂସ୍ଥାକୁ ବର୍ଷକୁ ମରାମତି ପାଇଁ ସାଇକେଲ ପିଛା ୫୦୦୦/ ଖର୍ଚ୍ଚ କରି ମଧ୍ୟ ଦୁଇ ବର୍ଷ ପରେ ଆଜି କବାଡିଆକୁ ୫୦୦/ ରେ ପ୍ରତି ସାଇକେଲ ବିକ୍ରି ହୋଇଛି କିନ୍ତୁ ବିଏମସି ପାଖରେ ଆଦୌ କୌଣସି ଖବର ନାହିଁ କି ତଥ୍ୟ ନାହିଁ l
ଏପଟେ ବିଭିନ୍ନ ରାସ୍ତାରେ ସାଇକେଲ ଟ୍ରାକ କରି ନାଲି ନେଳି ରଙ୍ଗ ବୋଳି କୋଟି କୋଟି ଟଙ୍କା ହରିଲୁଟ କଲେ ଏବଂ ରାଜଧାନୀବାସୀଙ୍କୁ ପ୍ରତାରଣା କରିବା ସହିତ ଭକୁଆ ବନାଇଦେଲେ ବୋଲି ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.

sixteen − one =