ବାଲିକୁଦା ଜୋନ୍‌ ନଂ-୪: ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ଡା. ଶଶାଙ୍କ ସାହାଣୀ

0 1,527

ପଞ୍ଚାୟତ ପରିକ୍ରମା


ଜଗତସିଂହପୁର: ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଚାର ସରଗରମ୍‌ ହୋଇ ଉଠିଛି । ତେବେ ପଞ୍ଚାୟତ ନିର୍ବାଚନକୁ ବିଜେଡି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏସିଡ୍‌ ଟେଷ୍ଟ୍‌ ବୋଲି ବିବେଚନା କରୁଛି । ବିଜେପି ମଧ୍ୟ ଏହି ପଞ୍ଚାୟତ ନିର୍ବାଚନକୁ ହାଲୁକା ଦୃଷ୍ଟିରେ ନେଇନାହିଁ । ଚଳିତ ପଞ୍ଚାୟତ ନିର୍ବାଚନରେ ବହୁ ସଂଖ୍ୟାରେ ଶିକ୍ଷିତ ଯୁବଗୋଷ୍ଠୀ ଓ ବିଭିନ୍ନ ବୃତ୍ତିରେ ପାରଦର୍ଶିତା ହାସଲ କରିଥିବା ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଉପକୂଳ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ୪ ନଂ ଜୋନ୍‌ରୁ ଏଥିରୁ ବିଜେପି ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଡା. ଶଶାଙ୍କ ସାହାଣୀ । ବୃତ୍ତିରେ ସେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ବାଲିକୁଦାର ୪ ନଂ ଜୋନ୍‌ ଭଳି ଏକ ପଛୁଆ ଅଞ୍ଚଳର ବିକାଶ ପାଇଁ ସେ ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ନିଜ ଗ୍ରାମରେ ନିଜର ଦିବଂଗତ ମାତା ପ୍ରଫୁଲ୍ଲବତୀଙ୍କ ନାମାନୁସାରେ ଏକ ଦାତବ୍ୟ ଚିକିତ୍ସାଳୟ ଖୋଲିବା ସହ ଜନସେବାରେ ନିରନ୍ତର ଜଡ଼ିତ ହୋଇ ଆସିଛନ୍ତି । ୪ ନଂ ଜୋନ୍‌ରେ ନହରଣା ପଞ୍ଚାୟତଟି ଏକ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତ । ଏହା ହେଉଛି ବିଜେପି ପ୍ରାର୍ଥୀ ଡା. ସାହାଣୀଙ୍କ ନିଜ ପଞ୍ଚାୟତ । ଏହି ପଞ୍ଚାୟତରୁ ଡା. ସାହାଣୀ ବିପୁଳ ମାତ୍ରାରେ ଜନ ସମର୍ଥନ ହାସଲ କରୁଥିବା ଦେଖାଯାଉଛି । କେବଳ ଏହି ପଞ୍ଚୟତ ନୁହେଁ ଜୋନ୍‌ର ସମସ୍ତ ୮ଟି ଯାକ ପଞ୍ଚାୟତରେ ଡା. ସାହାଣୀଙ୍କ ଲୋକପ୍ରିୟତା ବଢ଼ୁଥିବା ଦେଖାଯାଉଛି ।
ଦାତବ୍ୟ ଚିକିତ୍ସାଳୟ ସହ ତଳମାଳ ବିକାଶ ମଞ୍ଚ ଗଠନ କରି ଶ୍ରୀ ସାହାଣୀ ଅଞ୍ଚଳର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ନହରଣା-ମରିଚପୁର ଅଞ୍ଚଳଟି ଉପକୂଳ ଜାତୀୟ ରାଜପଥ ମାନଚିତ୍ରରୁ ବାଦ ପଡ଼ିବା ନେଇ ସେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ପ୍ରସଙ୍ଗ ବାଲିକୁଦା ୪ ନଂ ଜୋନ୍‌ ପାଇଁ ଏକ ସ୍ପର୍ଶକାତର ପ୍ରସଙ୍ଗ । ଏହା ଉପରେ ବିଜେଡି ସର୍ବଦା ଚୁପ୍‌ ରହି ଆସିଛି । ଏହି ଜୋନ୍‌ର ଯୁବ ଭୋଟର୍‌ ମଧ୍ୟ ଏହି ପ୍ରସଙ୍ଗ ପାଇଁ ବେଶ୍‌ ଚିନ୍ତିତ ଥିବା ସୋସିଆଲ୍‌ ମିଡିଆରୁ ଜଣାପଡୁଛି । ଡା. ସାହାଣୀଙ୍କ ଲୋକପ୍ରିୟତାରେ ଭୟଭୀତ ହୋଇ କୁସୁପୁର ପଞ୍ଚାୟତରେ ବିଜେପି ପୋଷ୍ଟର ମାରୁଥିବା ଜଣେ ଯୁବକକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାଯାଇଛି । କୁସୁପୁରର ସଂଜୟ ପାତ୍ରଙ୍କୁ ବିଜେପି ପୋଷ୍ଟର୍‌ ମାରିବା ନେଇ ଆକ୍ରମଣ କରାଯାଇଥିବା ନେଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହୋଇଛି । ଡା. ସାହାଣୀ ନିଜର ବ୍ୟକ୍ତିତ୍ୱ, ଜନସେବା ଓ ବିଜେପିର ଆଦର୍ଶ ସହିତ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ୪ ନଂ ଜୋନ୍‌ର ଅଞ୍ଚଳବାସୀଙ୍କ ନିକଟତର ହୋଇଉଠୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ପାରମ୍ପରିକ ଭାବେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡିର ଭୋଟ ଅଧିକା ଥିଲା ବେଳେ ଚଳିତ ଥର ବିଭିନ୍ନ କାରଣରୁ ଏହା ବିଜେପି ପଟକୁ ଢ଼ଳିପାରେ ବୋଲି ଗାଁ ଗହଳିରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

3 × 4 =