କାଶ୍ମୀର ଫାଇଲସ୍ : ହୃଦୟକୁ ଥରାଇଦେଲା ଭଳି କାହାଣୀ

0 694

ଚଳଚ୍ଚିତ୍ର ସମୀକ୍ଷା : ଲିପ୍ସା ପଣ୍ଡା

Shovan Kar

ହାଇଦ୍ରାବାଦ: ଗତ ଶୁକ୍ରବାର ଦିନ ରିଲିଜ୍ ହେଇଛି The Kashmir Files ସିନେମା । ସିନେମା କହିଲେ ତ ଭୁଲ୍ ହେବ, documentary ଏଇଟା। ଯାହା ଦେଖା ହେଇଛି, ସବୁ କିଛି ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଦେଖା ହେଇଛି, ଦଳେ କ୍ରୁର, ହିଂସ୍ର ରାକ୍ଷସ କେମିତି ନିଜ ଦବଦବ଼ା ବନେଇ ରଖିବା ପାଇଁ ଲକ୍ଷାଧିକ କାଶ୍ମୀରୀ ପଣ୍ଡିତ ମାନଙ୍କ ଉପରେ ଦମନ ଲୀଳା ଚଳେଇ ତାଙ୍କୁ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ କରିଥିଲେ। ଆଉ ସେଇମାନଙ୍କୁ କେମିତି ସରକାରୀ କଳଠୁଁ ଆରମ୍ଭ କରି ପ୍ରେସ୍, System ସବୁକିଛିର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସହଯୋଗ ମିଳିଥିଲା। ଆଉ ପିଡ଼ୀତ ଗୋଷ୍ଠୀଟିର ଦୁଃଖ, ଦୁର୍ଦ୍ଦଶାକୁ କିପରି ସମ୍ପୂର୍ଣ୍ଣ ଭାବେ ଅଣଦେଖା କରା ଯାଇଥିଲା, ତାର ବଡ଼ ହୃଦୟ ବିଦାରକ ଦୃଶ୍ୟାଙ୍କନ ମାନ ଦେଖିବାକୁ ମିଳିଲା ଏ ସିନେମାରେ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏ ଘଟଣା ଘଟିଥିଲା ସ୍ଵାଧୀନ ଭାରତରେ। ବେଶୀ ଗୁଡ଼ାଏ ବର୍ଷ ତଳେ ନୁହେଁ, ଗତ ନବେ ଦଶକର କଥା ଏସବୁ! ଏଡ଼େ ଭୟଙ୍କର, ବିଭତ୍ସ ଘଟଣା ସବୁକୁ ଲୁଚେଇ, ଚପେଇ କେମିତି ରଖା ଯାଇଥିଲା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଚି!!

ଆଗରୁ ଲାଗୁଥିଲା, ଏଇ social media କେବଳ ଯୁବପିଢ଼ିଙ୍କ ସମୟ ବରବାଦ୍ କରି ଚାଲିଛି। କିନ୍ତୁ ଏବେ ଲାଗୁଚି, ଯଦି ସେତେବେଳେ social media ଥାଆନ୍ତା, ତାହେଲେ କେବେ ବି ଏ ଘଟଣା ଏମିତି ଲୋକ ଲୋଚନ ଆଢୁଆଳରେ ରହି ନଥାନ୍ତା ହୁଏତ!
ଏବେ ଭଳି ସେତେବେଳେ ଏତେ ଗୁଡ଼ାଏ channel ବି ନଥିଲା। ଏବେ ଯେମିତି ଦେଖିବାକୁ ମିଳୁଛି, କିଛି channel ସରକାରଙ୍କ mouth piece ଭଳି କାମ କରୁଛନ୍ତି ତ ଆଉ କିଛି ବିରୋଧୀ ମାନଙ୍କ mouth piece ଭଳି। ଆଉ ସେଇ competition ଭିତରେ ଭଲ ହଉ କି ଖରାପ, କିଛି ବି ଘଟଣା ଲୁଚି ରହି ପାରୁନି ଆଉ ଲୋକଙ୍କ ଠୁ। ଆଗ ଭଳି ଗୋଟିଏ ଦୁଇଟା ମିଡିଆ, ଯାହାଙ୍କୁ ସରକାରୀ କଳ ନିଜ ଅକ୍ତିଆରକୁ ଆଣି, ନିଜ ସୁବିଧା ଅନୁସାରେ ବ୍ୟବହାର କରିବା ଆଉ ସମ୍ଭବ ହଉନି। News ବାଲା ନ ଆଣିଲେ ବି ସମସ୍ତଙ୍କ ହାତରେ smartphone ଥିବାରୁ, ଡେରିରେ ହଉ ପଛେ ଗୁଡ଼ାଏ ଘଟଣା video ସହ ସାମ୍ନାକୁ ଆସି ଯାଉଚି ସାଧାରଣ ଜନତାଙ୍କ ଦ୍ଵାରା। News reporter ଯାହା ଦେଖେଇଲେ, ସେଇଟା ହିଁ ପରମ ସତ୍ୟ ବୋଲି ଲୋକେ ଆଉ ମାନିବାକୁ ବାଧ୍ୟ ହଉ ନାହାଁନ୍ତି। ତେଣୁ ଗୁଡ଼ାଏ propaganda ଧରା ପଡ଼ି ଯାଉଚି ଲୋକଙ୍କ ସାମ୍ନାରେ। ଏବେ ଲାଗୁଚି, ଯଦି ଆଜି ଭଳି ସମୟ ଥାଆନ୍ତା ସେଇ ସମୟରେ, ତାହେଲେ ହୁଏତ କାଶ୍ମୀରୀ ପଣ୍ଡିତ ମାନଙ୍କ ଦୁଃଖ ବିଷୟରେ ସମସ୍ତେ ଜାଣି ପାରି ଥାଆନ୍ତେ!

ମୁଁ ଏଇ social media ରେ share ହେଇଥିବା ଗୁଡ଼ାଏ post ଆଗରୁ ଦେଖିଥିଲି। କିଛି ପଣ୍ଡିତ ମାନଙ୍କ ସ୍ଵ ଓ ଦୁଃଖଦ ଅନୁଭୂତି ବହୁଳ ଭାବରେ share ହେଇ ହେଇ ମୋ ଆଖି ସାମ୍ନାରେ ପଡ଼ିଥିଲା। ସେ ପୋଷ୍ଟ ସବୁକୁ ପଢ଼ି ହୃଦୟ କୋରି ହେଇ ଯାଉଥିଲା। ଆଉ ଏ ସିନେମାଟି ଦେଖିଲା ବେଳେ ସେଇ ହୃଦୟ ବିଦାରକ ଘଟଣା ସବୁ, ଯେମିତିକି ସ୍ଵାମୀର ରକ୍ତ ଭିଜା ଚାଉଳ ତା ସ୍ତ୍ରୀ କୁ ଖୁଆଇବା, ଜୀବନ୍ତ ସ୍ତ୍ରୀ ଲୋକଟିକୁ କାଠ କଟା କରତରେ ଚିରି ଦୁଇ ଫାଳ କରିବା, ପଣ୍ଡିତ ମାନଙ୍କୁ (ସ୍ତ୍ରୀ, ଛୁଆ ସମେତ) ଧାଡ଼ିରେ ଠିଆ କରି ଗୁଳି ମାରିବା, ନିଜ ଘରର ସ୍ତ୍ରୀ ଲୋକ ମାନଙ୍କୁ ଛାଡ଼ି କେବଳ ପୁରୁଷ ମାନଙ୍କୁ କାଶ୍ମୀର ଘାଟି ଛାଡ଼ି ଚାଲି ଯିବାକୁ ଧମକ ଦେବା ତଥା ସେଇ ସ୍ତ୍ରୀ ଲୋକ ମାନଙ୍କୁ ସର୍ବ ସମ୍ମୁଖରେ ନିର୍ବସ୍ତ୍ର କରି ଚଲେଇବା, rape ତଥା sodomize କରିବା, ଟ୍ରକ୍ ରେ ଘାଟି ଛାଡ଼ି ପଳେଇ ଯିବା ସମୟରେ ଝିଅଟିଏ କୁ ପରିସ୍ରା ଲାଗିବା ଆଉ ଟ୍ରକ୍ ନ ରୋକିବାରୁ ସେଇ ଟ୍ରକ୍ ର ପଛ ପାଖରେ ତା ପାଇଁ ବେଡ୍ ସିଟ୍ ଘୋଡ଼େଇ କିଛି ସ୍ତ୍ରୀ ଲୋକ ତାକୁ ପରିସ୍ରା କରିବାକୁ ସାହାଯ୍ଯ କରିବା, ଆଉ ସେ ସମୟରେ ଝିଅଟି ଖୋଲା ଆକାଶକୁ ଚାହିଁ ଶାନ୍ତିରେ ନିଶ୍ବାସ ନେଇ, ତଳକୁ, ବାହାରକୁ ଚାହିଁଲା ବେଳକୁ ଗଛରେ ପଣ୍ଡିତ ଓ ତାଙ୍କ ସ୍ତ୍ରୀ ଲୋକଙ୍କୁ ଲୁଚେଇ ରଖିବାରେ ସାହାଯ୍ଯ କରିଥିବା ଜଣେ କବି ଓ ତାଙ୍କ ପୁଅର ଶବକୁ ଗଛରେ ଟଙ୍ଗେଇ ଦିଆ ଯାଇଥିବା ଦୃଶ୍ୟ ଦେଖି ଚିତ୍କାର କରି ଉଠିବା ଇତ୍ୟାଦି ଇତ୍ୟାଦି ହୃଦୟଥରା ଦୃଶ୍ୟ ସବୁ ପରଦାରେ ଦେଖି ଯାହା ଲାଗିଲା ତାକୁ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ଏସବୁ ବ୍ୟତୀତ ଆଉ କିଛି ଦୃଶ୍ୟରେ ଅନୁପମ ଖେର୍ ଙ୍କ ନିଖୂଣ ଅଭିନୟ ତ ଛାତି ଫଟେଇ ଦେଲା ଭଳି ଥିଲା।
ସେ ଭିତରୁ ଗୋଟିଏ ଦୃଶ୍ୟ ଥିଲା ଏମିତି: ଘାଟି ଛାଡ଼ି ପଣ୍ଡିତ ମାନେ ନିହାତି ଅସ୍ଵାସ୍ଥ୍ୟକର ଅବସ୍ଥାରେ refugee camp ରେ ରହୁଥିଲା ବେଳେ, ଗୋଟେ ବେଳା ଖାଇବା ଖାଇ ନିଜ ପରିବାର ପାଇଁ ଖାଇବା ସଞ୍ଚିବାକୁ ଅନ୍ୟ ବେଳାଟି ‘ଭୋକ ନାହିଁ’ କହି ଉପାସ ରହୁଥିବା ଜେଜେବାପା, ନିଜ ନାତିର ପାଠ ପଢ଼ା ତାଙ୍କ ନିଜ ଘୁଙ୍ଗୁଡ଼ି ଶବ୍ଦରେ disturb ନ ହେଉ ବୋଲି, ମୋତିଆବିନ୍ଦୁ ଯୋଗୁ ଦିନରେ ସୁଦ୍ଧା ଦେଖି ପାରୁ ନଥିଲେ ବି ରାତିର ଅନ୍ଧାରରେ ସାପ, କଙ୍କଡ଼ା ବିଛା ବୁଲୁଥିବା ଖୋଲା ଆକାଶ ତଳେ, ଟେଣ୍ଟ ବାହାରେ ଯାଇ ଶୋଇବାକୁ ବାହାରିଲା ବେଳେ, ସେଇଠି ନିଜ tiffin box ଖୋଲି ବିସ୍କୁଟ୍ ଗୋଟେ ପିସ୍ କାଢ଼ି ପାଟିକୁ ବାରମ୍ବାର ନଉଛନ୍ତି, ଆଉ ପାଖ camp ରେ ଆଉ ଗୋଟେ ପରିବାରର ରୋଗୀଣା ବୃଦ୍ଧା ଜଣେ ବାରମ୍ଵାର କାଶିବା ଶବ୍ଦ ଶୁଣି ସେଇ ବିସ୍କୁଟ ଗୋଟିକୁ ପାଟି ପାଖରୁ ଫେରେଇ ଆଣୁଛନ୍ତି କାନ୍ଦି କାନ୍ଦି, ସେଇଟିକୁ ଖାଇ ନ ପାରି। Background ରେ ବାଜୁଛି ଘର ଛାଡ଼ି କିଏ ଜଣେ ଦୁଃଖରେ କାନ୍ଦୁଥିବା ଏକ କରୁଣ ଲୋକଗୀତ। ଆଉ ସେମିତି ଅବସ୍ଥାରେ ହଠାତ୍ ସାପ କାମୁଡ଼ାରେ ବୃଦ୍ଧା ଜଣଙ୍କର ମୃତ୍ୟୁ ଘଟିବା ହେତୁ ତା ପରିବାରର ଲୋକଙ୍କ ବିକଳ କାନ୍ଦଣା ଆରମ୍ଭ ହେଇ ଯାଉଛି….
ଓହଃ! କି ଛାତିଥରା ଦୃଶ୍ୟ ସେ….
ଆଉ ସେଇ ବୃଦ୍ଧ ଜଣଙ୍କ ଜୀବନ ସାରା ନିଜ ଘରକୁ ଫେରିବାର ସ୍ଵପ୍ନ ଦେଖି ଦେଖି, ନିଜ ହକ୍ ପାଇଁ ସରକାରଙ୍କୁ ଚିଠି ଲେଖି ଲେଖି, ଧାରା 370 ହଟେଇବାକୁ ଧାରଣା ଦେଇ ଦେଇ, ମରି ଯାଉଥିବା ସମୟରେ ନିଜ ଅସ୍ଥିକୁ ନେଇ ନିଜ ଘର ଅଗଣାରେ ବିଞ୍ଚି ଦେବାକୁ ପରିବାରର ଏକମାତ୍ର ଜୀବିତ ସଦସ୍ୟ, ନିଜ ନାତିକୁ ଅନୁରୋଧ କରିବାର ସେ ଦୃଶ୍ୟ…
ହେ ଭଗବାନ!!! ଏମିତି ଦଣ୍ଡ ଶତୃ କୁ ବି ନ ଦିଅ! 😭

ଏସବୁ ମୋ ଛୋଟ ଛୁଆକୁ କେମିତି ଦେଖେଇ ପାରିଥାନ୍ତି ମୁଁ!!
ଭାଗ୍ୟ ଭଲ, ତାକୁ ସାଙ୍ଗରେ ନ ନେଇ ଘରେ ଛାଡ଼ି ଯାଇଥିଲି। ସିଏ ବଡ଼ ହେଲେ ମୋ ଏ ଲେଖା ପଢ଼ି ଏ ସତ୍ୟ ଜାଣୁ, ଅବା ସେଇ ସିନେମା ଦେଖି ଜାଣୁ, ବା ଅନ୍ୟ କୌଣସି ଉପାୟରେ ଜାଣୁ, ଚଳିବ। ହେଲେ ଆଜିଠୁ ଏତେ ଭୟଙ୍କର ଦୃଶ୍ୟ ତା କଅଁଳ ମନରେ କି ପ୍ରକାର ପ୍ରଭାବ ପକାଇବ, ତାହା ଚିନ୍ତା କରି ହେଉନି!

ସିନେମାଟି ଗୁଡ଼ାଏ ପ୍ରଶ୍ନରେ ଛନ୍ଦିଦେବ ଦର୍ଶକଙ୍କୁ ତ ଆଉ କିଛିଟା ପ୍ରଶ୍ନର ଉତ୍ତର ବି ମିଳିଯିବ ସେଥିରୁ।
ଗୋଟେ ବଡ଼ ଶିକ୍ଷା ଦେଇଚି ଏ ସିନେମା ତା’ର ଗୋଟେ ଦୃଶ୍ୟରେ: ଜେଜେବାପା free eye checkup camp ରେ ଆଖି ଦେଖେଇବା ବେଳେ ଡାକ୍ତର ଯେତେବେଳେ କହୁଛନ୍ତି checkup ସିନା ମାଗଣା, କିନ୍ତୁ surgery ପାଇଁ ଟଙ୍କା ଦେବାକୁ ପଡ଼ିବ, ଆଉ ତାଙ୍କର ଅବସ୍ଥା ଯାହା costly lense ବାଲା surgery ଦରକାର ତାଙ୍କୁ, ସେ doctor ଙ୍କୁ କହୁଛନ୍ତି ଶସ୍ତାବାଲା ଲେନ୍ସ ଲଗେଇ surgery କରିବାକୁ, କାରଣ ତାଙ୍କ ଆଖିକୁ ଦେଖାଯିବା ଠୁ ବେଶୀ ଜରୁରୀ ତାଙ୍କ ନାତିର ପାଠପଢ଼ା। କାରଣ ତାଙ୍କ ଭାଷାରେ: Education is important!

କିନ୍ତୁ କିଛି କଥା ଯାହା ସିଧା ସଳଖ କୁହା ଯାଇନି, କିନ୍ତୁ ବୁଝି ହେଇ ଯାଉଛି, ସେଇଟା ହେଲା: Wrong education is dangerous for the society!
ଭୁଲ୍ ଲୋକ ହାତରେ ଯଦି education department ରହିଲା, ତେବେ ସେଇଠୁ ପାଠ ପଢ଼ି brainwashed ଅବସ୍ଥାରେ ବାହାରୁ ଥିବା ପିଲାଏ, ଏ ସମାଜ ପାଇଁ ବଡ଼ କ୍ଷତିକାରକ ସାବ୍ୟସ୍ତ ହେବେ!

ଏବେ ଆସିବି ସିନେମା ରିଲିଜ ପାଇଁ ଆସିଥିବା ବାଧାବିଘ୍ନ ସବୁ ଆଡ଼କୁ। ପ୍ରଥମେ ତ ଜଣେ muslim supreme court ରେ ଏ movie release ନ କରେଇ ଦେବାପାଇଁ case ଗୋଟେ କଲା ଏଇଆ କାରଣ ଦେଇ କି: ସେମାନଙ୍କ sentiment hurt ହେଇଯିବ ଏ ସିନେମା ରିଲିଜ ହେଲେ!

ମୁଁ କିଛିଦିନ ତଳେ Alampur ରେ ଥିବା ପ୍ରସିଦ୍ଧ ଶକ୍ତିପୀଠ Jagulamba temple, ଆଉ ତା ପରିସରରେ ଥିବା Nava Brahma ମନ୍ଦିରକୁ ବୁଲି ଯାଇଥିଲି। ସେଠି ଥିବା ପ୍ରାୟ ମୂର୍ତ୍ତୀ ଭାଙ୍ଗି ଦିଆ ଯାଇଛି। ପ୍ରାୟ ସ୍ତ୍ରୀମୂର୍ତ୍ତୀ ମାନଙ୍କ ସ୍ତନ ଆଉ ମୁହଁକୁ ବିକୃତ କରି ଦିଆ ଯାଇଛି। ଆଉ ପାଖରେ ଥିବା ଶିଳାଲେଖରେ ଲେଖା ଯାଇଛି, ଆଉରଙ୍ଗଜେବ ଶାସନ କାଳରେ ଏସବୁ ମନ୍ଦିର ଆଉ ମୂର୍ତ୍ତୀ ଧ୍ଵଂସ କରିବା ପାଇଁ ଯଥେଷ୍ଟ ଚେଷ୍ଟା କରା ଯାଇଥିଲା। ଯଦି ସ୍ତ୍ରୀ ମୂର୍ତ୍ତୀଟିଏର ଏ ଅବସ୍ଥା, ତେବେ ସେ ସମୟରେ ସ୍ତ୍ରୀ ଲୋକ ମାନଙ୍କ ଅବସ୍ଥା କଣ କରିଥିବେ ସେ ରାକ୍ଷସମାନେ!

ଆଉ କିଛି ଦୂରକୁ ଯାଇ ଦେଖିଲି ମନ୍ଦିର ପରିସରରେ, ମନ୍ଦିରର ଅଧା ଅଂଶକୁ ଗୋଟେ ମସଜିଦ୍ କୁ convert କରା ଯାଇଛି। ତାକୁ ଦେଖି ମୋର ତଥା ସେଠିକି ବୁଲି ଯାଉଥିବା ପ୍ରତି ହିନ୍ଦୁର sentiment କେମିତି hurt ହେଉଥିବ, ଅନୁମାନ କରନ୍ତୁ ତ ଟିକେ!!!
କୌଣସି “ଭାଇ” ଆମର ଭାଇଚାରାର ଦ୍ୱାହି ଦେଇ ଆମଠୁ ଛଡ଼େଇ ନେଇଥିବା ଜିନିଷ ଆମକୁ ଫେରେଇ ଦଉ ନାହାଁନ୍ତି ଏବେ ବି!
ଆଉ ଆମ ଲୋକଙ୍କ ସହ କି କି ଅନ୍ୟାୟ ହେଇଛି, ତାକୁ ଦେଖିବାକୁ, ଜାଣିବାକୁ ଦବାରୁ ରୋକିବାକୁ ଚେଷ୍ଟା କରୁଛନ୍ତି ଏବେ ତାଙ୍କ sentiment hurt ହେଇଯିବ କହି!!

ଭାଗ୍ୟ ଭଲ, ସେ case dismiss ହେଲା ପରେ ସିନେମା ଟି release ହେଇ ପାରିଲା। ହେଲେ ଏବେ ବି ସବୁ ବାଧା ଦୂର ହେଇନି। ଖୁବ୍ କମ୍ screens ମିଳିଛି ଏ ସିନେମାକୁ। କୋଉଠି ସିନେମା ହଲ୍ ଭିତରେ ସିଟ୍ ଫାଙ୍କା ଥାଇ ବାହାରେ houseful board ଲଗେଇବା ଘଟଣା ସାମ୍ନାକୁ ଆସୁଛି ତ କୋଉଠି ବାହାରେ ମୁଭି ପୋଷ୍ଟର ନଥିବାରୁ ଲୋକେ ଜାଣି ନ ପାରି ଫେରି ଯାଉଛନ୍ତି। କୋଉଠି ଧମକ ଦିଆ ଯାଉଛି ସିନେମା ନ ଆଣିବାକୁ!
ଏଇ ଯେମିତି କାଲି ଆମେ ଯାଇଥିବା ହଲ୍ ବାହାରେ ସେଠି ବାକି ସବୁ screen ରେ ଚାଲିଥିବା ସିନେମାର ପୋଷ୍ଟର ତ ଲାଗିଥିଲା, କିନ୍ତୁ The Kashmir Files ର ଗୋଟେ ବି poster ଆମେ ଦେଖିବାକୁ ପାଇଲୁନି। Online ticket ମିଳୁଥିଲା ବୋଲି ସେଇଠି ପଡ଼ିଛି ଜାଣି, ସେଠିକାର security କୁ କୋଉ screen ରେ ପଡ଼ିଛି ବୋଲି ପଚାରି ଯାଇ ଦେଖିଲୁ।

ଏବେ ବି ସତ୍ୟର କଣ୍ଠରୋଧ କରିବାର କି ବିକଳ ପ୍ରୟାସ!!

ଏ ସମସ୍ତ କ୍ଷୋଭ ଦୂର ହେଇଗଲା, ଯେତେବେଳେ ପୁରା ହଲ୍ ଟି houseful ଥିବା ଦେଖିଲି। Intermission ବେଳେ ପ୍ରତି ଦର୍ଶକ ଆଖିରେ ଲୁହ ଦେଖିଲି ଆଉ ମୁଭି ଶେଷରେ ସମସ୍ତଙ୍କୁ BHARAT MATA KI JAY ବୋଲି ନାରା ଦବା ଶୁଣିଲି।
ଆମେ ମାନେ ପଣ୍ଡିତ ମାନଙ୍କ ସହ ଯାହା ଅନ୍ୟାୟ ଅତ୍ୟାଚାର ହେଇଛି, ତାକୁ reverse ତ କରି ପାରିବାନି। ମାତ୍ର ତାଙ୍କ ଦୁଃଖକୁ acknowledge ତ କରି ପାରିବା!

ଏବେ ବି ଗୁଡ଼ାଏ ଲୋକ ସେ ହୃଦୟବିଦାରକ ଘଟଣାକୁ propaganda କହି whitewash କରିବାର ଚେଷ୍ଟାରେ! ଅଥଚ ସେ ଗୋଷ୍ଠୀରୁ କିଏ ଜଣେ ବି case ଗୋଟେ କରି ଏ ଘଟଣାର ସବୁ ମିଛ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁ ନାହାଁନ୍ତି। କାରଣ ସେମାନେ ଭଲ ଭାବେ ଜାଣିଛନ୍ତି, ସତ୍ୟକୁ ମିଛ ବୋଲି କେବେ ବି ପ୍ରମାଣିତ କରି ପାରିବେନି । ତେଣୁ sentiment hurt ର ବାହାନା ଆରମ୍ଭ ସେଇଠୁ।

ଆଶା, ମୋ ଏ ଲେଖାଟି ପଢ଼ି ଅନ୍ତତଃ ଆଉ କିଛିଲୋକ ଏ ସିନେମାଟିକୁ ଦେଖିବାକୁ ଯିବେ, ଆଉ ଆମ past କୁ ଦେଖିବା ସହ ଆମ future କୁ ସୁରକ୍ଷିତ କରିବା ବିଷୟରେ କିଛିଟା ସଚେତନ ହେବେ….

Leave A Reply

Your email address will not be published.

seventeen − twelve =