ତିର୍ତ୍ତୋଲ ବିଜେଡି କନ୍ଦଳ : ଭାଣ୍ଡିଆ ହେବେ ଭାଗ୍ୟ ବିଧାତା

0 770


ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ) : ବିଜେଡି ରାଜନୀତି ଏବେ ଘଡିକେ ଘୋଡାଛୁଟିବା ବଦଳରେ ହାଟରେ ପଡି ଦାଣ୍ଡରେ ଗଡୁଛି !ଗୋଟେ ପଟେ ସାଂସଦ ରାଜଶ୍ରୀ ମଲିକଙ୍କ ଗୋଷ୍ଟି ଅପରପକ୍ଷରେ ଜଗତସିଂହପୁର ରାଜନୀତି ର ଚାଣକ୍ୟ କୁହା ଯାଉଥିବା ତିର୍ତ୍ତଲ ବିଧାୟକ ଵିଷ୍ଣୁ ଦାସଙ୍କ ଗୋଷ୍ଠି ଆଜନ୍ମ ରୁ ଦୁହିଁଙ୍କ ଉପରେ ଛାଇପଡିଲେ ନାହି ଦେଉଛି । ସେହିପରି ନିର୍ବାଚନ ସମୟରେ ଗୋଟିଏ ଦଳରୁ ବିଧାୟକଓସାଂସଦ ଲଢ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ଫୁ କରି ପୋଷ୍ଟର ରେ କେହି କାହା ସହିତ ଫୋଟୋ ରଖିଲେନାହିଁ କିନ୍ତୁ ତା ଭିତରେ ବି ବିଧାୟକ ଓ ସାଂସଦ ବହୁ ଭୋଟ ବେବଧାନ ରେ ଜିତିଲେ । ଏବେ ଚାଲିଛି ତିର୍ତ୍ତଲ ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ବ୍ଲକରେ ସଭାପତି ରଖିବାର ବେଳ । ସାଂସଦ ,ବିଧାୟକ ନିଜ ନିଜ ଚୟନରେ ନିଜ ଲୋକଙ୍କ ନାମ ଦଳର ସୁପ୍ରିମୋ ପାଖକୁ ବ୍ଳକ ସଭାପତି ନିମନ୍ତେ ପଠାଉଛନ୍ତି । କିନ୍ତୁ ବିଗତ ଦିନରେ ଏହି ସଭାପତି ଝଡକୁ ନେଇ ତୁ ତୁ ମେ ମେ ପୂର୍ବତନ ବିଜେଡ଼ି ଜିଲ୍ଲା ସଭାପତି ଵିଷ୍ଣୁ ଦାସ ଏବଂ ପୂର୍ବତନ ତିର୍ତ୍ତଲ ବିଧାୟିକା ଙ୍କ ମଧ୍ୟରେ ଲାଗି ରହିଆସିଛି । ଏବେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବଶିଷ ସାମନ୍ତରାୟ ଆସିବା ପରେ ବିଧାୟକ ଓ ସାଂସଦ ଭିତରେ ଉଗ୍ରଋପ ନେଇଛି ବୋଲି ଲୋକଙ୍କ ଭିତରେ ଚହଳ ସୃଷ୍ଟି ହେଲାଣି କାରଣ ବର୍ତ୍ତମାନ ତିର୍ତ୍ତଲ ବିଧାୟକ ଵିଷ୍ଣୁ ଦାସ ସୁପାରିଶ କରିଥିବା ନିଜ ବ୍ଳକ ସଭାପତି କୁ କୁଆଡେ ମୋହର ବାଜୁନି । ନିକଟରେ ସାଂସଦ କାଳେ ଵିଷ୍ଣୁ ଙ୍କ ବିନା ଅନୁମତି ରେ ତିର୍ତ୍ତଲ ବ୍ଳକ ସଭାପତି ପାଇଁ ଜଣେ ଜିଲ୍ଲା ପରିଷଦ ସ୍ୱାମୀ ଙ୍କ ନାମ ସୁପାରିଶ କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ବିଧାୟକ ମାନେ ତାଙ୍କ ବ୍ଳକ ର ସଭାପତି ଙ୍କ ନାମ ଘୋଷଣା କରିପାରିବେ ଏହାକୁ ନେଇ ଏକ ଚାଲେଞ୍ଜ ସୃଷ୍ଟି ହୋଇଛି । ବିଗତ ଦିନରେ ତିର୍ତ୍ତଲ ବ୍ଳକ ରେ ସଭାପତି ପାଇଁ କାଲୁ ଙ୍କ ନାମ ଘୋଷଣା କରିଥିଲେ ରାଜଶ୍ରୀ କିନ୍ତୁ ତାଙ୍କ ନାମରେ ବହୁତ ଅଭିଯୋଗ ଥାନାରେ ଥିବାରୁ ତାଙ୍କ ନାମକୁ ଦଳର ସୁପ୍ରିମ ମୋହର ମାରିନଥିଲେ । ଏବେ ଆସିଛି ଆଉ ଜଣକ ପାଳି । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ଆଜି ଠାରୁ ଆରମ୍ଭ ହୋଇଥିବା ବିଜେଡି ର ପଦଯାତ୍ରା ରେ ସାଂସଦ ଙ୍କ ସହିତ ଯାଇଥିବା କର୍ମୀ ମାନେ ତିର୍ତ୍ତଲର ଭାଗ୍ୟବିଧାତା ମଉଡ ମଣି ତିର୍ତ୍ତଲ ବ୍ଳକ ସଭାପତି ବୋଲି କହୁଥିଲେ କିନ୍ତୁ ଏଇଠି ପ୍ରଶ୍ନ ଉଠେ କାଲୁ ଙ୍କ ପରି ଭାଣ୍ଡିଆ ହେବେନି ତ ସାଂସଦ ଘୋଷଣା କରିଥିବା ବ୍ଳକ ର ନବନିଯୁକ୍ତ ସଭାପତି ? ମାରିବେନି ତ ମୁଖ୍ୟମନ୍ତ୍ରୀ ମୋହର ପୁଣି ବସନ୍ତ ମହାପାତ୍ର ଙ୍କୁ ? କାରଣ ବସନ୍ତ ହିଁ ପ୍ରଥମ ଲୋକ ଅଡି ବସିଥିଲେ ଵିଷ୍ଣୁ ତିର୍ତ୍ତଲ ଆସିଲେ ତାଙ୍କୁ ବିପୁଳ ଭୋଗ ବେବଧାନ ରେ ଜୟ ଯୁକ୍ତ କରିବେ ବୋଲି ଏହା ହିଁ ଶେଷର ପୂରଣ ହୋଇଥିଲା  । ଦଳୀୟ କର୍ମୀ ମାନେ ଦୋକାନ ବଜାରରେ ଟୁପୁରୁ ଟାପୁରୁ ହେଲେଣି ଯେ ଵିଷ୍ଣୁ ଙ୍କ ଦେହ ଅସୁସ୍ତତା କାରଣ ରୁ କାଳେ  ବେସି ବୁଲାବୁଲି କରି ପାରୁନାହାନ୍ତି । ମଉକା ଦେଖି ଚଉକା ମାରୁଛନ୍ତି ସାଂସଦ ଓ ପର୍ଯ୍ୟବେକ୍ଷକ । ଦେଖାଯାଉ ଅଗମୀ ଦିନରେ ବିଧାୟକ ଙ୍କ ଲିଷ୍ଟ ରେ ପୁଣି ଜଗତସିଂହପୁର ପରି ମୋହର ବାଜେ ତାହାଲେ ସୁ ନିଶ୍ଚିତ ଭାଣ୍ଡିଆ ହେବେ ଭାଗ୍ୟ ବିଧାତା ବୋଲି ଗଳି କନ୍ଦିରେ ଆଲୋଚନା ହେଲାଣି ।

Leave A Reply

Your email address will not be published.

4 × 4 =