୧୫୦ ରୁ ଉର୍ଧ୍ଵ ଅସହାୟ ବୃଦ୍ଧ ଓ ଗରିବଙ୍କୁ ସମାଜସେବୀ ସଙ୍ଗଠନ ‘ଆଫିନ ଓଆଇଜି’ ର କମ୍ବଳ ବଣ୍ଟନ

0 835

ତିର୍ତୋଲ : ପ୍ରବଳ ଶୀତ ଲହରୀ କୁ ଆଖି ଆଗରେ ରଖି ରଘୁନାଥପୁର ବ୍ଲକ ର ସମସ୍ତ ୧୯ ଟି ପଞ୍ଚାୟତରେ ୧୫୦ ଜଣରୁ ଉର୍ଧ୍ଵ ଅସହାୟ ବୃଦ୍ଧ ଓ ଗରିବ ଲୋକ ମାନଙ୍କୁ ସମାଜସେବୀ ସଙ୍ଗଠନ ଆଫିନ ଓଆଇଜି କମ୍ବଳ ବଣ୍ଟନ କାର୍ଯ୍ୟ ହୋଇଯାଇଛି । ଏହି ଶୀତ ଲହରୀରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ , ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ନିଶ୍ଚୟ କିଛି ଗରିବ ଓ ଅସହାୟ ବ୍ୟକ୍ତିଙ୍କ ପାଇଁ ସହାୟକ ହେବ ବୋଲି ସଙ୍ଗଠନର ପ୍ରତିଷ୍ଠାତା ଯୁବ ସମାଜ ସେବୀ ଇଂ ହିମାଂଶୁ ଭୂଷଣ ମଲ୍ଲିକ ମତ ପ୍ରକାଶ କରିଛନ୍ତି ଏବଂ ଏପରି ଜନହିତକର କାର୍ଯ୍ୟ କରିବାକୁ ଯୁବ ଶକ୍ତିକୁ ଆହ୍ବାନ ଦେଇଛନ୍ତି। ସମସ୍ତ ୧୯ ଟି ପଞ୍ଚାୟତ ରେ ତାଲିକା ପ୍ରସ୍ତୁତ ଠାରୁ ଆରମ୍ଭ କରି କମ୍ବଳ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରେ ପୂର୍ଣ ସହାୟତା କରିଥିବାରୁ ଯୁବ ସମାଜସେବୀ ସାଫି ଆଜମ୍,ରାଜେଶ ଭୋଳ, ଅଜିତ ମଲ୍ଲିକ, ରାକେଶ ସ୍ବାଇଁ, ସାଇପ୍ରଭଞ୍ଜନ ମହାପାତ୍ର, ଅଭିଜିତ ସାହୁ, ଅଭିନନ୍ଦନ ସେଠି, କ୍ଷେତ୍ରମୋହନ ନାୟକ, ସତ୍ୟଜିତ ମହାନ୍ତି, ଯୋଗେନ୍ଦ୍ର ବାରିକ, ଦେବଦର୍ଶି ରଥ, ଚଗଲା ମହାପାତ୍ର, ତାପସ ଜେନା, ଅମରେଶ ରାଉତ, ପ୍ରଦୀପ୍ତ ସୁନ୍ଦର ନାୟକ , ସ୍ବେଚ୍ଛାସେବୀ ସଂଗଠନ ସମାଜ ବିକାଶ ମିଶନ, ଶ୍ରୀ ଜଗନ୍ନାଥ ସେବା ସଂଗଠନ, ଧରାଧରପୁର ଯୁବକ ସଂଘ, ପୁରଣ ଓଡପଡା ଓ ଅନ୍ୟମାନଙ୍କୁ ଆଫିନ ଓଆଇଜି ପ୍ରତିଷ୍ଠାତା ଶ୍ରୀଯୁକ୍ତ ମଲ୍ଲିକ,ଉପଦେଷ୍ଟା ଶ୍ରୀଯୁକ୍ତ ଦେବପ୍ରସାଦ ନାୟକ ଓ ସଭାପତି ଶ୍ରୀଯୁକ୍ତ ଶ୍ରୀପତି ଲେଙ୍କା ଧନ୍ୟବାଦ ଜ୍ଞାପନ କରିଛନ୍ତି। ସାଇପ୍ରଭଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏହି ମହତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ହୋଇ ଥିବାରୁ ଯୁବସମାଜ ସେବୀ ଇଂ. ହିମାଂଶୁ ଭୂଷଣ ମଲ୍ଲିକ ତାଙ୍କୁ ବହୁତ ଅଭିନନ୍ଦନ ଜଣାଇବା ସହ, ରଘୁନାଥପୁର ଅଞ୍ଚଳରେ ସମଜସେବା କାର୍ଯ୍ୟକୁ ଅଧିକ ମାତ୍ରାରେ କରିବାକୁ ଉପଦେଶ ଦେଇଛନ୍ତି |
ଉଲ୍ଲେଖ ଥାଉ କି ଗତ ବର୍ଷ ମଧ୍ୟ ଆଫିନ ଓଆଇଜି ତରଫରୁ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ରେ ୨୦୦ ଜଣରୁ ଉର୍ଧ୍ଵ ଗରିବ ଅସହାୟ ବ୍ୟକ୍ତି ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ବୁଦ୍ଧିଜୀବି ମହଲରୁ “ଆଫିନ ଓଆଇଜି” ର ଏପରି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

18 − 16 =