ବାଲେଶ୍ୱର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

0 556

ଭୁବନେଶ୍ୱର : ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ଘଟିଛି l

ଆଜି ଦିନ ୯.୪୫ ମି ରେ ଏମସରେ ଚିକିତ୍ସା ଧିନ ଥିବା ସମୟରେ ମୃତ୍ୟୁ ବରଣ କରିଛନ୍ତି l ଆଜକୁ ବର୍ଷେ ଧରି ସେ ଯକୃତ ଜନିତ ରୋଗରେ ଅସୁସ୍ଥ ଥିଲେ l

ବିଧାୟକ ଦତ୍ତଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି l ସେ କହିଛନ୍ତି, ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ପ୍ରିୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶ୍ରୀଯୁକ୍ତ ଦତ୍ତ ମୋର ଭାଇ ଭଳି ଥିଲେ । ଅତ୍ୟନ୍ତ ଖୋଲା, ଆମାୟିକ ତଥା ଲୋକଙ୍କ ପାଇଁ ସମର୍ପିତ ଥିଲେ ।

ମଙ୍ଗୁ ଭାଇଙ୍କ ପୁଅ ମାନସ କୁମାର ଦତ୍ତଙ୍କ ସହ କଥା ହେଲି । ଏପରି ଦାରୁଣ ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ । ଅମର ଆତ୍ମାର ସଦଗତି କାମନା କରୁଛି ।

Leave A Reply

Your email address will not be published.

5 × two =