ଭିଜିଲାନ୍ସ ନିର୍ଦ୍ଦେଶକ ତଥା ସାହିତ୍ୟିକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

0 723

ଭୁବନେଶ୍ୱର: ବରିଷ୍ଠ ଆଇ.ପି.ଏସ୍. ଅଫିସର ତଥା ରାଜ୍ୟର ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ କରୋନା ରେ ପରଲୋକ ଘଟିଛି। ଉଚ୍ଚତର ଚିକିତ୍ସା ପାଇଁ ସେ କୋଲକାତାକୁ ସ୍ଥାନାନ୍ତର ହୋଇଥିଲେ।

ମାର୍ମିକ କଥାବସ୍ତୁକୁ ନେଇ ସେ ସୁନ୍ଦର ଗଳ୍ପ ଲେଖୁଥିଲେ। ତାଙ୍କର ନଅଟି କ୍ଷୁଦ୍ରଗଳ୍ପ ସଂଗ୍ରହ, ତିନୋଟି ଉପନ୍ୟାସ ଏବଂ ଗୋଟିଏ ଉପନ୍ୟାସ ପ୍ରକାଶ ପାଇଛି । ସେ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ମଧ୍ୟ ଥିଲେ। ସାହିତ୍ୟ କ୍ଷେତ୍ରରେ ଜଣେ ଚମତ୍କାର କାହାଣୀ ଲେଖକ ଭାବରେ ସ୍ୱୀକୃତ ହୋଇଥିଲେ। ତାଙ୍କର ଅନେକ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପ ଓଡିଆ, ଇଂରାଜୀ ପରି ବିଭିନ୍ନ ଭାଷାରେ ପ୍ରକାଶିତ ହୋଇଛି ଏବଂ ଅନ୍ୟ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି | ପାଠକମାନଙ୍କୁ ତାଙ୍କର ଆହୁରି ବହୁତ କିଛି ଦେବାର ଥିଲା। ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଭାବେ ସେ ନିଜ ଦକ୍ଷତା ଦେଖାଇଥିଲେ ।

ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଶାନ୍ତିସେନା ତରଫରୁ ଶ୍ରଦ୍ଧାଞ୍ଜଳି ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରୁଛୁ।

Leave A Reply

Your email address will not be published.

3 × one =