ଶ୍ରୀକୃଷ୍ଣ ଏକାଡେମୀର ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ

0 371

ଜଗତସିଂହପୁର: ଓଡିଶାର ସୁନାମଧନ୍ଯ ଉଚ୍ଚବିଦ୍ଯାଳୟ ଶ୍ରୀକୃଷ୍ଣ ଏକାଡେମୀର ତାର ପ୍ଲାଟିନମ ଜୁବୁଲି ପାଳନ କରିବାକୁ ଯାଉଛି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ପ୍ଲାଟିନିୟମ ଜୁବୁଲି ଉତ୍ସବ ପାଳନ କମିଟିର ସଭାପତି ତଥା ପୁରାତନ ଛାତ୍ର ସଂସଦର ସଭାପତି ଡ. ଅଭୟ କୁମାର ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଅନୁଯାୟୀ ପ୍ଲାଟିନିୟମ ଜୁବୁଲି ମହାସମାରୋହରେ ଆସନ୍ତା ନଭେମ୍ବର ୨୫ ରୁ ୨୭ ତାରିଖ ମଧ୍ଯରେ ତିନିଦିନ ବ୍ଯାପି ଅନୁଷ୍ଠିତ ହେବ।
କାର୍ଯ୍ଯକ୍ରମକୁ ସଫଳ ରୂପ ଦେବାପାଇଁ ବିଭିନ୍ନ କମିଟି ଗଠନ କରାଯିବା ସହ ପ୍ରତି କମିଟିର ସଂଯୋଜକ ମାନଙ୍କୁ ନେଇ ପ୍ଲାଟିନମ ଜୁବୁଲି ଆୟୋଜନ କମିଟି ଗଠିତ କରାଗଲା। ତାଛଡା ଅନୁଷ୍ଠାନର ବୟସ୍କ ପୂରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଉପଦେଷ୍ଠା ମଣ୍ଡଳୀ ଗଠନ କରାଯାଇଥିଲା।
ଏହି ପ୍ରସ୍ତୁତି ବୈଠକରେ ଶ୍ରୀକୃଷ୍ଣ ଏକାଡେମୀର ପ୍ରଧାନଶିକ୍ଷକ ସୁକଦେବ ସାହୁ,ପୁରାତନ ଛାତ୍ର ସଂସଦର ସମ୍ପାଦକ ସନାତନ ଖୁଣ୍ଟିଆ,ମୋ ସ୍କୁଲ ଅଭିଜାନର ସଭାପତି ସଲିଳ ଘୋଷ,ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ନଟବର ବାରିକ, ସୋମନାଥ ସ୍ବାଇଁ, ଡଃ ଅରବିନ୍ଦ ରାୟ,ପ୍ରଶାନ୍ତ କୁମାର ମହାପାତ୍ର, ରବିନ୍ଦ୍ର ନାୟକ ,ବିପ୍ଳବ ଚୌଧୂରୀ,ଜୀବନ କୁମାର ସାହୁ,ରାଜେଶ ନନ୍ଦ,ଦୀପ୍ତି ଦାସ,ପିନାକୀ ମହାନ୍ତି,ବିଜୟ କୁମାର ରାଉତ, ଶଶାଙ୍କ ଶେଖର ପଣ୍ଡା,ରଜତ ରଶ୍ମୀ ସ୍ବାଇଁ,ଆଶିଷ କୁମାର ମାଣିଆ, ପ୍ରଶାନ୍ତ କୁମାର ମଲ୍ଲିକ,ସୌମ୍ୟରଞ୍ଜନ ନାୟକ, ସୌଭାଗ୍ୟ ରଞ୍ଜନ ବିଶ୍ବାଳ, ସୌଭାଗ୍ୟ ସ୍ବାଇଁ,ଶିବଦତ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ଲାଟିନିୟମ ଜୁବୁଲି କୁ ସଫଳ କରିବାକୁ ନିଜର ମତାମତ ପ୍ରଦାନ କରିଥିଲେ।ଏହି ଅବସରରେ ଅଳକା ନାମରେ ଏକ ସ୍ମରଣିକା ପ୍ରକାଶିତ ହେବାକୁ ସ୍ଥିର ହୋଇଥିଲା। ସ୍ମରଣିକା ରେ ଲେଖା ଦେବାକୁ ଇଛୁକ ବ୍ୟକ୍ତି ମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ସ୍ମରଣିକା କମିଟିର ସଂଯୋଜକ ଡଃ ଅରବିନ୍ଦ ରାୟ( ମୋବାଇଲ ନମ୍ବର-9437302553)ଙ୍କ ନିକଟରେ ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ସେମାନଙ୍କର ଲେଖା ପ୍ରଦାନ କରିବାକୁ ଅନୁରୋଧ କରିବା ସହ ସହଯୋଗ କରିବାକୁ ଇଛୁକ ପୁରାତନ ଛାତ୍ର ଛାତ୍ରୀ ମାନେ ପ୍ଲାଟିନିୟମ ଜୁବୁଲି କମିଟିର କୋଷାଧ୍ୟକ୍ଷ ରାଇ ଚରଣ ତ୍ରିପାଠୀ, ମୋବାଇଲ ନମ୍ବର -9861214229 ରେ ଯୋଗାଯୋଗ କରିବାକୁ ଅନୁରୋଧ।
ପ୍ଲାଟିନିୟମ ଜୁବୁଲି ଉତ୍ସବ ପାଳନ କମିଟିର ସଭାପତି ଡ଼ଃ ଅଭୟ କୁମାର ନାୟକ ପ୍ଲାଟିନିୟମ ଜୁବୁଲି କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି।

Leave A Reply

Your email address will not be published.

ten + 9 =