ସୂର୍ଯ୍ୟମୁଖୀ ସୌଜନ୍ୟରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ

0 121

ପାରାଦୀପ- ପାରାଦୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତଥା ଗଣତାନ୍ତ୍ରିକ, କଳା, ସାହିତ୍ୟ, ସଂସ୍କୃତି, ସମାଜ ଚେତନା ଓ ପରିବେଶ ସୁରକ୍ଷା ସଙ୍ଗଠନ ସୂର୍ଯ୍ୟମୁଖୀ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ନୂଆବଜାର ସ୍ଥିତ ସଞ୍ଜୟ ଗାନ୍ଧୀ ହାଇ ସ୍କୁଲ ସଭା ଗୃହରେ ପାଳିତ ହୋଇ ଯାଇଛି।
ଅକ୍ଟୋବର ୨ ତାରିଖ ସୋମବାର ଦିନ ପ୍ରାତଃ ସମୟରେ ରାମଧୁନ ଓ ପ୍ରଭାତ ଫେରି ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଆୟୋଜିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟମୁଖୀ ସମ୍ପାଦିକା ଶ୍ରୀମତୀ ହାରାମଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପାରାଦୀପ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳ ଏବଂ ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସବିତା ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ କ୍ଷେତ୍ର ମୋହନ ସାହୁ ଓ ପ୍ରଦୀପ ସାହୁ ଓ ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ନିମନ୍ତ୍ରିତ ଅତିଥି ମାନେ ଦେଶର ମହାନ ଦୁଇ ଜନନାୟକ ସ୍ବର୍ଗତ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଙ୍କର ଜୀବନୀ ଏବଂ ଦେଶ ମାତୃକାର ସେବା ପାଇଁ ସେମାନଙ୍କ ଜୀବନ ବ୍ୟାପି ଶ୍ରମ ସାଧନା ଓ ତ୍ୟାଗ ଆଜି ଆମ୍ଭ ମାନଙ୍କୁ ସ୍ୱାଧୀନ ଜୀବନ ଯାପନ ପାଇଁ ସୁଯୋଗ ସୃଷ୍ଟି କରିଛି।ସେମାନଙ୍କୁ ଯେତେ ପ୍ରଶଂସା କଲେ ବି କମ ହେବ। ସମସ୍ତ ଅତିଥି ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ କବି ଇଂଜିନିୟର ସୀମା ନାୟକ, ଟୁନି ଖୋଜି ମୀରା ଦେଇ , ,ତୁଳସୀ ବରାଳ, ନଳିନୀ ପ୍ରଭା ସାହୁ , ସ୍ୱରଚିତ କବିତା ପାଠ କରିଥିଲେ। ସଭାପତି ଶ୍ରୀମତୀ ହାରାମଣି ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

2 × four =